• Open Daily: 10am - 10pm
    Alley-side Pickup: 10am - 7pm

    3038 Hennepin Ave Minneapolis, MN
    612-822-4611

Open Daily: 10am - 10pm | Alley-side Pickup: 10am - 7pm
3038 Hennepin Ave Minneapolis, MN
612-822-4611
Odia Galpa: Antaranga Charitra

Odia Galpa: Antaranga Charitra

Paperback

Literary Criticism

ISBN10: 164560540X
ISBN13: 9781645605409
Publisher: Black Eagle Books
Published: Apr 14 2024
Pages: 128
Weight: 0.38
Height: 0.30 Width: 5.50 Depth: 8.50
Language: Oriya

ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । 'ରେବତୀ' ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦ

Also from

Meher, Manindra Kumar

Also in

Literary Criticism